
କୋରେଇ ପୋଲିସକୁ ବଡ଼ ସଫଳତା: BMW ବାଇକ୍ରେ ବୁଲୁଥିବା ଯୁବକଙ୍କ ଠାରୁ ଦେଶୀ ବନ୍ଧୁକ ଓ ୫ ଅଫୁଟା ଗୁଳି ଜବତ
📰 କୋରେଇ ନ୍ୟୁଜ୍ ନେଟୱର୍କ | ବ୍ରେକିଂ ନ୍ୟୁଜ୍
କୋରେଇ ପୋଲିସକୁ ବଡ଼ ସଫଳତା: BMW ବାଇକ୍ରେ ବୁଲୁଥିବା ଯୁବକଙ୍କ ଠାରୁ ଦେଶୀ ବନ୍ଧୁକ ଓ ୫ ଅଫୁଟା ଗୁଳି ଜବତ
କୋରେଇ: କୋରେଇ ପୋଲିସକୁ ମିଳିଛି ବଡ଼ ସଫଳତା। BMW ବାଇକ୍ରେ ଯାଉଥିବା ଜଣେ ଯୁବକଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଓ ୫ଟି ଅଫୁଟା ଗୁଳି ଜବତ କରାଯାଇଥିବା ଜଣାପଡ଼ିଛି।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକ ଜଣକ ମାଇକେଲ ସନ୍ତୋଷ। ସେ BMW ବାଇକ୍ରେ ଯାଉଥିବା ସମୟରେ ପୋଲିସର ସନ୍ଦେହ ହୋଇଥିଲା। ପରେ ପୋଲିସ ତାଙ୍କୁ ଅଟକାଇ ପଚରାଉଚରା କରିଥିଲା। ଯାଞ୍ଚ ସମୟରେ ତାଙ୍କ ନିକଟରୁ ଦେଶୀ ବନ୍ଧୁକ ଓ ୫ଟି ଅଫୁଟା ଗୁଳି ମିଳିଥିବା ଜଣାପଡ଼ିଛି।
ଘଟଣାକୁ ନେଇ କୋରେଇ ଥାନାରେ କେସ୍ ନମ୍ବର ୩୧୯/୨୬ ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ Arms Act ଧାରା ୨୫(୧-AA)/୨୮ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି।

ପୋଲିସ ଘଟଣାରେ ବ୍ୟବହୃତ BMW ବାଇକ୍କୁ ମଧ୍ୟ ଜବତ କରିଛି। ମାମଲାର ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
🔴 ପୋଲିସର ସତର୍କତାରୁ ଧରାପଡ଼ିଲା ଅସ୍ତ୍ର
କୋରେଇ ପୋଲିସର ତତ୍ପରତା ଯୋଗୁଁ ଅସ୍ତ୍ରଶସ୍ତ୍ର ସହ ଜଣେ ଯୁବକ ଧରାପଡ଼ିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅସ୍ତ୍ର କେଉଁଠାରୁ ଆସିଲା ଏବଂ ଏହାର ଉଦ୍ଦେଶ୍ୟ କଣ ଥିଲା, ସେନେଇ ପୋଲିସ ତଦନ୍ତ କରୁଛି।
📰 Korei News Network (KNN)
ଜନସଚେତନତା • ଲୋକଙ୍କ ସ୍ୱର • ସଠିକ୍ ଖବର



