Local News

ମା’ ବିରଜା ପରିକ୍ରମା ପ୍ରକଳ୍ପ ଏବେ ବି ପ୍ରଶାସନିକ ଅନୁମୋଦନ ଅପେକ୍ଷାରେ

🟥 ବ୍ରେକିଂ ନ୍ୟୁଜ୍ | Korei News Network (KNN)

ମା’ ବିରଜା ପରିକ୍ରମା ପ୍ରକଳ୍ପ ଏବେ ବି ପ୍ରଶାସନିକ ଅନୁମୋଦନ ଅପେକ୍ଷାରେ

📍 ଯାଜପୁର

ମା’ ବିରଜା ପରିକ୍ରମା ପ୍ରକଳ୍ପକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ସୂଚନା ଅଧିକାର (RTI) ମାଧ୍ୟମରେ ମିଳିଥିବା ତଥ୍ୟ ଅନୁଯାୟୀ, ମା’ ବିରଜା ପରିକ୍ରମା ପ୍ରକଳ୍ପ ଏପର୍ଯ୍ୟନ୍ତ ପ୍ରଶାସନିକ ଅନୁମୋଦନ ଅପେକ୍ଷାରେ ରହିଛି।

ଏହା ସହିତ, ଅଦ୍ୟାବଧି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇନାହିଁ ବୋଲି RTI ଉତ୍ତରରେ ଉଲ୍ଲେଖ କରାଯାଇଛି।

ସ୍ଥାନୀୟ ଲୋକମାନେ ଏହି ପ୍ରକଳ୍ପର ଶୀଘ୍ର ଅନୁମୋଦନ ଓ କାର୍ଯ୍ୟାରମ୍ଭ ଦାବି କରୁଛନ୍ତି। ମା’ ବିରଜା ପୀଠ ଓଡ଼ିଶାର ଏକ ପ୍ରମୁଖ ଶକ୍ତିପୀଠ ହୋଇଥିବାରୁ ପରିକ୍ରମା ପ୍ରକଳ୍ପ ପର୍ଯ୍ୟଟନ ଓ ସ୍ଥାନୀୟ ବିକାଶରେ ସହାୟକ ହେବ ବୋଲି ଆଶା କରାଯାଉଛି।

📰 Photo Source: Simanta Kumar Patra (RTI Applicant)

Korei News Network (KNN)
“କୋରେଇର କଥା, ଲୋକଙ୍କ ସ୍ୱର”

#BirajaTemple #BirajaParikrama #Jajpur #RTI #OdishaNews #KoreiNewsNetwork #KNN #BreakingNews #Development #MaaBiraja

Leave a Reply

Your email address will not be published. Required fields are marked *

Back to top button