Local News

ଯାଜପୁର ରୋଡ୍‌ରେ ବ୍ଲୁ ବୁଦ୍ଧ ଗାର୍ମେଣ୍ଟ ସୋ’ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ

📰 Korei News Network (KNN)
ଓଡ଼ିଶାର ଖବର | ଲୋକଙ୍କ ସ୍ୱର

🔥 ଯାଜପୁର ରୋଡ୍‌ରେ ବ୍ଲୁ ବୁଦ୍ଧ ଗାର୍ମେଣ୍ଟ ସୋ’ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ

📍 ଯାଜପୁର ରୋଡ୍ | ଚୋରଦା ବାଇପାସ୍

ଯାଜପୁର ରୋଡ୍‌ ସ୍ଥିତ ଚୋରଦା ବାଇପାସ୍‌ରେ ଥିବା ବ୍ଲୁ ବୁଦ୍ଧ ଗାର୍ମେଣ୍ଟ ସୋ’ରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁଁ ସୋ’ରୁମ୍‌ରେ ଥିବା ଲକ୍ଷାଧିକ ଟଙ୍କାର କପଡ଼ା ପୋଡ଼ି ଜଳି ନଷ୍ଟ ହୋଇଥିବା ଜଣାପଡ଼ିଛି।

ପ୍ରାଥମିକ ସୂଚନା ଅନୁସାରେ, ବିଦ୍ୟୁତ୍ ସର୍ଟ ସର୍କିଟ୍ କିମ୍ବା ବ୍ୟାଟେରୀ ଫାଟିବା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

ଘଟଣା ସମୟରେ ପ୍ରତିଷ୍ଠାନର ସ୍ୱତ୍ୱାଧିକାରୀ ଓ କର୍ମଚାରୀମାନେ ଅଳ୍ପକେ ବିଦ୍ୟୁତ୍ ଆଘାତରୁ ରକ୍ଷା ପାଇଥିବା ଜଣାପଡ଼ିଛି।

ଖବର ପାଇ ଘଟଣାସ୍ଥଳରେ ଯାଜପୁର ରୋଡ୍ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି। ଅଗ୍ନିକାଣ୍ଡରେ ମୋଟ କେତେ ଟଙ୍କାର କ୍ଷୟକ୍ଷତି ହୋଇଛି, ତାହାର ସଠିକ୍ ଆକଳନ ପରେ ଜଣାପଡ଼ିବ।

Korei News Network (KNN)
ଓଡ଼ିଶାର ଖବର | ଲୋକଙ୍କ ସ୍ୱର

#KoreiNewsNetwork #KNN #JajpurRoad #Jajpur #FireAccident #BlueBuddhaGarments #OdishaNews #BreakingNews #FireNews #JajpurRoadNews

Related Articles

Leave a Reply

Your email address will not be published. Required fields are marked *

Back to top button