Local News

ଭୁବନେଶ୍ୱରରେ ଆସିବ ‘ବସ୍ ପ୍ରାଥମିକତା ଲେନ୍’

🚌 ଭୁବନେଶ୍ୱରରେ ଆସିବ ‘ବସ୍ ପ୍ରାଥମିକତା ଲେନ୍’

ଦୁଇଟି ପ୍ରମୁଖ କରିଡରରେ ପାଇଲଟ୍ ପ୍ରକଳ୍ପ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ଆହୁରି ସୁଗମ ଓ ଦ୍ରୁତ କରିବା ଲକ୍ଷ୍ୟରେ ‘ବସ୍ ପ୍ରାଥମିକତା ଲେନ୍’ (Bus Priority Lane) ବ୍ୟବସ୍ଥା ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ କ୍ରୁଟ୍ (CRUT) ପକ୍ଷରୁ ଭୁବନେଶ୍ୱରର ଦୁଇଟି ପ୍ରମୁଖ କରିଡରରେ ପାଇଲଟ୍ ଭିତ୍ତିରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ପ୍ରସ୍ତାବ ରହିଛି।

Image Source :- Social Meida

ଏନେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।

🚍 କ’ଣ ରହିବ ବସ୍ ପ୍ରାଥମିକତା ଲେନ୍?

ଏହି ବ୍ୟବସ୍ଥାରେ ନିର୍ଦ୍ଧାରିତ ରାସ୍ତାରେ ବସ୍‌ଗୁଡ଼ିକୁ ଅଧିକ ପ୍ରାଥମିକତା ଦେବାର ବ୍ୟବସ୍ଥା କରାଯିବ। ଫଳରେ ଟ୍ରାଫିକ୍ ଭିଡ଼ ମଧ୍ୟରେ ସାର୍ବଜନୀନ ବସ୍‌ର ଯାତ୍ରା ସମୟ କମିବା ସହ ଯାତ୍ରୀଙ୍କୁ ଅଧିକ ସୁବିଧା ମିଳିବା ଆଶା କରାଯାଉଛି।

କୋରେଇ ନ୍ୟୁଜ୍ ନେଟୱର୍କ (KNN)
ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ଆପଣଙ୍କ ପାଖରେ

Related Articles

Leave a Reply

Your email address will not be published. Required fields are marked *

Back to top button